Odisha Link
Bridging the Missing Links in Odisha

ନିଯୁକ୍ତି ପାଇବେ ନର୍ସିଂ ଅଫିସର, ନିର୍ଦ୍ଦେଶ ପରିବର୍ତ୍ତନ କଲେ ହାଇକୋର୍ଟ

ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ: ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟ ପରିବର୍ତ୍ତନ କରିଛନ୍ତି। ମେ’ ୧ ତାରିଖର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ପଦବୀ ସଂରକ୍ଷିତ ରହିବ। ଅନ୍ୟ ପଦବୀରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ନିଯୁକ୍ତିରେ ଅଗ୍ରାଧିକାର ନେଇ ଫାର୍ମାସିଷ୍ଟ ହାଇକୋର୍ଟ ଯାଇଥିଲେ। କରୋନା ଯୋଦ୍ଧା ହିସାବରେ ଅଗ୍ରାଧିକାର ଦାବି କରିଥିଲେ। ମେ’ ୧ରେ ହାଇକୋର୍ଟ ନିଯୁକ୍ତି ଉପରେ ରୋକ୍ ଲଗାଇଥିଲେ। ପରେ ନର୍ସିଂ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାକୁ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.