Odisha Link
Bridging the Missing Links in Odisha

ରାୟଗଡ଼ାରେ ଆତଙ୍କ: ଆନ୍ଧ୍ର-ଓଡ଼ିଶା ସୀମାରେ ବୁଲୁଛି ମହାବଳ ବାଘ

ଓଏଲ୍‌ ବ୍ୟୁରୋ: ରାୟଗଡା ଗୁଣୁପୁରରେ ଲୋକଙ୍କ ମଧ୍ୟରେ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି। କାରଣ ଆନ୍ଧ୍ର-ଓଡ଼ିଶା ସୀମାରେ ମହାବଳ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେଉଛି। ଗୁଣୁପୁର ବ୍ଳକର ଅଳ୍ପ ଦୂରରେ ବାଘ ବୁଲୁଥିବା କୁହାଯାଉଛି। ଆନ୍ଧ୍ରର ଶ୍ରୀକାଲୁଲମ୍ ଜିଲ୍ଲା ଭାମିନି ମଣ୍ଡଳରେ ଏହି ମହାବଳ ବାଘ ଚଳପ୍ରଚଳ କରୁଥିବା ମଧ୍ୟ କୁହାଯାଉଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ବୟସ୍କ ମହାବଳ ବାଘ ହଠାତ୍ ରାସ୍ତା ଉପରକୁ ଚାଲି ଆସିବା ସହ କିଛଇ ଦୂର ଅତିକ୍ରମ କରି ଗୋଟିଏ ପୋଲ ତଳକୁ ଖସିଯାଉଛି। ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି। ବାଘ ବୁଲିବା ଖବର ଜଣାପଡ଼ିବା ପରେ ଶ୍ରୀକାକୁଲମ୍ ବନ ବିଭାଗର କର୍ମଚାରୀ ସେହି ଅଂଚଳରେ ପହଞ୍ଚିଛନ୍ତି। କିଛି କିଛି ସ୍ଥାନରେ ବାଘର ପାଦ ଚିହ୍ନ ବନ ବିଭାଗ କର୍ମଚାରୀ ଦେଖିଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.