ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି, ସେବାୟତଙ୍କ ବିବାଦରୁ ହୋଇଥିଲା ବିଭ୍ରାଟ

ଓଏଲ୍ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜ ନୀତିକାନ୍ତି ସ୍ୱାଭାବିକ ହୋଇଛି। ସେବାୟତଙ୍କ ବିବାଦରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବଡ ବିଭ୍ରାଟ ହୋଇଥିବା ଜଣା ପଡିଥିଲା। ଗତ ୨୮ ତାରିଖ ସନ୍ଧ୍ୟା ଧୂପ ପରଠାରୁ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି। ଶ୍ରାବଣର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା। ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ପରେ ମନ୍ଦିରର ନୀତିକାନ୍ତି ବନ୍ଦ ରହିଥିଲା।
ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଏହି ବିବାଦ ଲାଗି ରହିଥିଲା। ହେଲେ ଏହାର ସମାଧାନ ହୋଇପାରୁ ନାହିଁ। ସେବାୟତ ଗୋଷ୍ଠୀଙ୍କ ବିବାଦରୁ ମହାପ୍ରଭୁଙ୍କ ନୀତି ବନ୍ଦ ହେବା ଯୋଗୁଁ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଥିଲା।ତେବେ ଆଜି ନୀତିକାନ୍ତି ସାଧାରଣ ହୋଇଛି।