Odisha Link
Bridging the Missing Links in Odisha

ରିଲିଜ୍ ହେଲା କିଙ୍ଗ୍ ଖାନ୍‌ଙ୍କ ‘ଯବାନ’, ଦର୍ଶକଙ୍କ ମନରେ ଢେର୍‌ ଉତ୍ସାହ

ଓଏଲ୍ ବ୍ୟୁରୋ: ଆଜି ରିଲିଜ ହୋଇଛି କିଙ୍ଗ୍ ଖାନ୍‌ଙ୍କ ‘ଯବାନ’। ଫିଲ୍ମ ‘ଯବାନ’ ପାଇଁ ଏବେ ଲାଇମ୍‌ଲାଇଟ୍‌ରେ ଅଛନ୍ତି ସୁପର୍‌ଷ୍ଟାର୍ ଶାହରୁଖ୍‌ ଖାନ୍‌। ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ରହିଛି। ଚଳଚ୍ଚିତ୍ରର ଗୀତଗୁଡ଼ିକ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ରାତି ଦୁଇଟାରେ ମୁମ୍ବାଇ, କୋଲକାତା ଓ ଦିଲ୍ଲୀ ସମେତ ହିନ୍ଦୀ ହାର୍ଟଲାଣ୍ଡରେ ସିନେମା ରିଲିଜ୍ ହୋଇଛି। ସାରା ଦେଶରେ ଯବାନ କ୍ରେଜ ଦେଖାଦେଇଛି। ଶାହାରୁଖ ଖାନଙ୍କ ଯବାନ ନୂଆ ରେକର୍ଡ ସୃଷ୍ଟି କରିବ। ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର।

ସୂଚନା ଅନୁସାରେ, ରିଲିଜ ପୂର୍ବରୁ ବକ୍ସ ଅଫିସରେ ଯବାନର କ୍ରେଜ୍ ଦେଖାଦେଇଥିଲା। ଆଡଭାନ୍ସ ବୁକିଂରେ ‘ଯବାନ’ ରେକର୍ଡ କଲେକ୍ସନ କରିଥିଲା। ବହୁ ପ୍ରତିକ୍ଷୀତ ଫିଲ୍ମ ଯବାନ କିଛି ସହରରେ ବି ସକାଳ ୬ଟାରୁ ଯବାନର ଫାଷ୍ଟ ଡେ’ ଫାଷ୍ଟ ଶୋ’ ରଖାଯାଇଥିଲା। ଓପନିଂ ଡେ’ ରେ ଫିଲ୍ମ ଶହେ କୋଟି ରୋଜଗାର କରିବା ଆଶା ରଖିଥିଲେ ମେକର୍ସ। ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର। ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଏହା ଆଗାମୀ ଦିନରେ ନିର୍ମାତାଙ୍କୁ କେତେ ସଫଳତା ଦେବ ତାହା ଦେଖିଆବାକୁ ବାକି ରହିଲା।

Leave A Reply

Your email address will not be published.