Odisha Link
Bridging the Missing Links in Odisha

ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍ ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିବ ଏହି ଟ୍ରେନ୍। ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରିଥିବା ବେଳେ ଦିନ ୧୨ଟା ୩୦ରେ ତାଳଚେରରେ ପହଞ୍ଚିବ।

ସୂଚନା ଅନୁସାରେ, ଗତ ମେ ମାସରେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରଥମଥର ପାଇଁ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହୋଇଥିଲା। ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାତ୍ରା ଆରମ୍ଭ କରାଯାଇଥିଲା।

ପୂର୍ବରୁ ଅନ୍ୟପଟେ, ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦ୍ଘାଟନ ସମାରୋହରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଖୁବ୍ ଶୀଘ୍ର ବନ୍ଦେ ମେଟ୍ରୋ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ। ବନ୍ଦେ ମେଟ୍ରୋ ଆରମ୍ଭ ହେଲେ ଓଡ଼ିଶାକୁ ବି ଫାଇଦା ହେବ ବୋଲି ସେ କହିଥିଲେ। ବନ୍ଦେ ମେଟ୍ରୋ ପୁରୀ-ଭୁବନେଶ୍ବର-କଟକ ଚାଲିବା ଯୋଜନା ରହିଛି।

Leave A Reply

Your email address will not be published.