Odisha Link
Bridging the Missing Links in Odisha

ପାରାଦୀପରେ ଡଙ୍ଗାବୁଡ଼ି ଘଟଣା: ଏବେ ବି ନିଖୋଜ ୩ ମତ୍ସ୍ୟଜୀବୀ

ଓଏଲ୍ ବ୍ୟୁରୋ: ପାରାଦୀପ ମହାନଦୀ ମୁହାଣରେ ଡଙ୍ଗାବୁଡ଼ି ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ସର୍ଚ୍ଚ ଅପରେସନ ଜାରି ହୋଇଛି। କୋଷ୍ଟଗାର୍ଡ ହେଲିକପ୍ଟର ଦ୍ୱାରା ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସ୍ଥାନୀୟ ମତ୍ସ୍ୟଜୀବୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍ ରହିଛନ୍ତି।

ସୂଚନା ଅନୁସାରେ, ଗତକାଲି ମହାନଦୀ ମୁହାଣରେ ଡଙ୍ଗା ଓଲଟି ପଡ଼ିଥିଲା। ଘଟଣାସ୍ଥଳରୁ ୫ ମତ୍ସ୍ୟଜୀବୀ ଉଦ୍ଧାର ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୩ ନିଖୋଜ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ୍ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଛି।