Odisha Link
Bridging the Missing Links in Odisha

ରାଜଧାନୀରେ ଚାଞ୍ଚଲ୍ୟ, ରାସ୍ତା ମଝିରେ ମୃତଦେହ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ!

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଅଜଣା ଯୁବକଙ୍କୁ ନେଇ ମାଷ୍ଟର କ୍ୟାଣ୍ଟିନରେ ଭିଡ଼ ଜମିଛି। ମାଷ୍ଟରକ୍ୟାଣ୍ଟିନ ରାସ୍ତାରେ ଯୁବକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ରାସ୍ତା ମଝିରେ ମୃତଦେହ ଫିଙ୍ଗି ଦେଇ ଦୁର୍ବୃତମାନେ ଚାଲିଯାଇଛନ୍ତି। ଏକ ଧଲା ରଙ୍ଗର ଜିପରୁ ମୃତଦେହ ଫିଙ୍ଗି ଚାଲିଯାଇଛନ୍ତି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ଏନେଇ ତଦନ୍ତ ଆରମ୍ଭ ହୋଇଛି।