Odisha Link
Bridging the Missing Links in Odisha

‘ହୀରାକୁଦ ଜଳସ୍ତର ଖସୁଛି, ରାଜ୍ୟରେ ବନ୍ୟା ସ୍ଥିତି ନାହିଁ’

ଓଏଲ୍‌ ବ୍ୟୁରୋ: ବର୍ଷାର ପରିମାଣ କମିଥିବାରୁ ୧୮ଟି ଗେଟ ବନ୍ଦ କରି ଦିଆଯାଇଛି। ରାଜ୍ୟରେ ଆଉ ବନ୍ୟା ସ୍ଥିତି ନାହିଁ। ହୀରାକୁଦ ଜଳସ୍ତର ଖସୁଛି ଯାହା ସ୍ୱାଭାବିକ ସ୍ଥିତିକୁ ଆସିଛି। ଉପରମୁଣ୍ଡରେ ଏବେ ବର୍ଷା ନାହିଁ। ହୀରାକୁଦର ୨ଟି ଗେଟ ଖୋଲା ଅଛି। ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତାକାଲି ଉପରମୁଣ୍ଡରେ ଆଉ ତଳମୁଣ୍ଡରେ ବର୍ଷା ଅଛି। ଏହାକୁ ଦେଖି ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍ ଖୋଲଥିଲା। ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଥିଲା। ଜଳସ୍ତର ୬୨୮.୧୫ ଫୁଟରେ ପହଂଚିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ହୋଇଛି। ବର୍ଷାର ପରିମାଣ କମିଥିବାରୁ ୧୮ଟି ଗେଟ ବନ୍ଦ କରି ଦିଆଯାଇଛି।

ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିଲା। ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲା।

Leave A Reply

Your email address will not be published.