Odisha Link
Bridging the Missing Links in Odisha

ଲଘୁଚାପ ପ୍ରଭାବ: କୋରାପୁଟ ସହରରେ ସର୍ବାଧିକ ପରିମାଣର ବର୍ଷା ରେକର୍ଡ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ହୋଇଛି। ୨୪ ଘଣ୍ଟାରେ ରାଜ୍ୟରେ ୨୩.୭ ମିମି ବର୍ଷା ରେକର୍ଡ କରାଯାଇଛି। ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। କୋରାପୁଟ ସହରରେ ସର୍ବାଧିକ ୧୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ନନ୍ଦପୁରରେ ୧୩୭, ସେମିଳିଗୁଡା ୧୦୩, ଜୟପୁର ୧୦୦.୮ ମିମି ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଅନ୍ୟପଟେ, ରାଜ୍ୟରେ ଆଉ ବନ୍ୟା ସ୍ଥିତି ନାହିଁ। ହୀରାକୁଦ ଜଲସ୍ତର ଖସୁଛି ଯାହା ସ୍ୱାଭାବିକ ସ୍ଥିତିକୁ ଆସିଛି। ଉପରମୁଣ୍ଡରେ ଏବେ ବର୍ଷା ନାହିଁ। ହୀରାକୁଦର ୨ଟି ଗେଟ ଖୋଲା ଅଛି। ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତାକାଲି ଉପରମୁଣ୍ଡରେ ଆଉ ତଳମୁଣ୍ଡରେ ବର୍ଷା ଅଛି। ଏହାକୁ ଦେଖି ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.