ପୁଣି ପ୍ରବଳ ବର୍ଷାର ଆଶଙ୍କା, ଆସନ୍ତା ୨୯ରେ ଘୂର୍ଣ୍ଣିବଳୟ ସମ୍ଭାବନା!

ଓଏଲ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ଲଘୁଚାପ ପ୍ରଭାବରେ ହେଉଥିବା ବର୍ଷାର ପରିମାଣ କମିବାର ଆଶଙ୍କା କରାଯାଉଥିବାବେଳେ ଆସନ୍ତା ୨୯ରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି। ଏହା ସହ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ହେବାର ଆଶଙ୍କା ରହିଛି। ଲଘୁଚାପ ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଏହା ପ୍ରଭାରେ ଆଗାମୀ ସପ୍ତାହରେ ପ୍ରବଳ ବର୍ଷାର ଆଶଙ୍କା କରାଯାଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି।