Odisha Link
Bridging the Missing Links in Odisha

ବାରିପଦା ମେଡିକାଲ କଲେଜ ଡାକ୍ତରଙ୍କ ମୃତ୍ୟୁ ଘଟଣା: ଡାକ୍ତର ବାନ୍ଧବୀଙ୍କୁ ପଚରାଉଚରା ଜାରି

ଓଏଲ୍‌ ବ୍ୟୁରୋ: ବାରିପଦା ମେଡିକାଲ କଲେଜ ଡାକ୍ତର ସଚିନ ସାହୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ମେଡିକାଲ କଲେଜ ହଷ୍ଟେଲରୁ ସଚିନଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଡାକ୍ତର ସଚିନ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ବାପା ଅଭିଯୋଗ ଆଣିଥିବା ଜଣା ପଡିଛି। ସଦର ଥାନାରେ ଏନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଡାକ୍ତର ବାନ୍ଧବୀଙ୍କୁ ପଚରାଉଚରା ଜାରି କରାଯାଇଛି।

ଅଭିଯୋଗ ପରେ ବାନ୍ଧବୀଙ୍କୁ ସଦର ଥାନାକୁ ଡାକି ପୁଲିସ ପଚରାଉଚରା କରୁଛି। ମେଡିକାଲ କଲେଜ ହଷ୍ଟେଲରୁ ସଚିନଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଡାକ୍ତର ବାନ୍ଧବୀ ସବୁ ଜାଣିଥିବା ମୃତ ଡାକ୍ତରଙ୍କ ବାପା କହିଥିଲେ। ଏହା ପରେ ପୁଲିସ ତଦନ୍ତ ଜାରି କରିଛି। ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।