Odisha Link
Bridging the Missing Links in Odisha

ମହିଳା ସଂରକ୍ଷଣ ବିଲ୍: ୨୦୨୬ ପରେ ହୋଇପାରେ କାର୍ଯ୍ୟକାରୀ!

ଓଏଲ୍‌ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏହି ସମୟ ସାରା ଦେଶରେ ଐତିହାସିକ ମୁହୂର୍ତ୍ତ ପାଲଟିଛି। ଏହି ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଇଛି।ବିଲ୍ ପାରିତ କରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପ୍ରାୟ ୨୦୨୬ ପରେ ଏହା ଲାଗୁ ହୋଇପାରେ। କାରଣ ସମ୍ବିଧାନ ଅନୁଯାୟୀ ଭାରତରେ ଡିଲିମିଟେସନ ୨୦୨୬ ପର୍ଯ୍ୟନ୍ତ ଫ୍ରିଜ୍‌ ଅଛି।

କରୋନା କାରଣରୁ ଜନଗଣନା ମଧ୍ୟ ୨୦୨୧ରେ ହୋଇପାରିନି। ବ୍ୟବସ୍ଥା ଅନୁଯାୟୀ ୨୦୨୪ ନିର୍ବାଚନ ପରେ ଜନଗଣନା କାମ ସରିବ। ତା ଭିତରେ ଡିଲିମିଟେସନ କମିଶନ ବି ଗଠନ ହୋଇ କାମ କରିବ। ୨୬ ପରେ ଜନଗଣନା ସରିଥିବ, କମିଶନ ବି କାମ ସାରିଥିବେ। ତେଣୁ ମହିଳାଙ୍କୁ ୩୩% ସଂରକ୍ଷଣ ୨୦୨୬ ପରେ ଲାଗୁ ହୋଇଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶା ପୋଷଣ କରିଛନ୍ତି।

ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବା ଐତିହାସିକ ମୁହୂର୍ତ୍ତ। ଗାଁ ଗାଁରେ ସଂରକ୍ଷଣ ବାର୍ତ୍ତା ପହଞ୍ଚାଇବୁ। ଏହି ସମୟ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ୫୦ ହଜାର ଗାଁରେ ସଭା କରି ଅବଗତ କରାଯିବ। ଏବେ ଲୋକସଭାରେ ୮୨ ମହିଳା ରହିଛନ୍ତି। ଆଇନ ଲାଗୁ ହେଲେ ଏହି ସଂଖ୍ୟା ୧୮୨କୁ ବୃଦ୍ଧି ପାଇବ। ଏବେ ଓଡ଼ିଶାରେ ୧୮ ଜଣେ ବିଧାୟିକା ଅଛନ୍ତି। ଆଇନ ପରେ ବିଧାୟିକା ସଂଖ୍ୟା ୫୦କୁ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Leave A Reply

Your email address will not be published.