ସୁଗମ ହେବ ପରିବହନ ବ୍ୟବସ୍ଥା: ରାଜଧାନୀକୁ ପଞ୍ଚାୟତ ସହ ଯାେଡ଼ିବ ‘ଲକ୍ଷ୍ମୀ’ ବସ୍

ଓଏଲ୍ ବ୍ୟୁରୋ: ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ରାଜଧାନୀକୁ ପଞ୍ଚାୟତ ସହ ଯାେଡ଼ିବ ‘ଲକ୍ଷ୍ମୀ’ ବସ୍। ଏଥିପାଇଁ ସରକାର ୧୦୦୦ ବସ୍ ନିୟୋଜିତ କରିବେ। ‘ଲକ୍ଷ୍ମୀ’ ଯୋଜନାରେ ପଞ୍ଚାୟତରୁ ରାଜଧାନୀକୁ ବସ୍ ସେବା ହେବ ସୁନିଶ୍ଚିତ କରାଯିବ।
ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।