Odisha Link
Bridging the Missing Links in Odisha

ଏସିଆନ୍‌ ଗେମ୍ସ: ଚୀନ୍‌ର ବିଶ୍ବ ରେକର୍ଡ ଭାଙ୍ଗି ପ୍ରଥମ ସ୍ବର୍ଣ୍ଣ ପଦକ ଜିଣିଲା ଭାରତ

ଓଏଲ୍‌ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତକୁ ମିଳିଛି ପ୍ରଥମ ସ୍ବର୍ଣ୍ଣ ପଦକ। ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଆଜି ଭାରତ ପାଇଛି ସ୍ୱର୍ଣ୍ଣ ପଦକ। ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରାକ୍ଷ ପାଟିଲ ଓ ଦିବ୍ୟାଶଂ ପାୱାରଙ୍କ ଟିମ୍‌ ମିଳିତ ଭାବେ ଗୋଲ୍ଡ ମେଡାଲ ହାସଲ କରିଛି।

ଏହି ତିନି ଖେଳାଳି ବ୍ୟକ୍ତିଗତ କ୍ୱାଲିଫିକେସନ୍‌ ରାଉଣ୍ଡରେ ସମୁଦାୟ ୧୮୯୩.୭ ପଏଣ୍ଟ ହାସଲ କରିଛନ୍ତି। ଫଳରେ ସେମାନେ ନୂଆ ରେକର୍ଡ ସ୍ଥାପନ କରି ଚୀନ୍‌ କରିଥିବା ବିଶ୍ୱ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।ଏଥିସହ ଭାରତ ଆଜି ଏକ ବ୍ରୋଞ୍ଚ ପଦକ ବି ହାତେଇବାରେ ସକ୍ଷମ ହୋଇଛି।ଫଳରେ ସମୁଦାୟ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ସେଥିରେ ଗୋଟିଏ ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ରହିଛି।ରୋଇଙ୍ଗରେ ଭାରତର ମେନ୍ସ ଫୋର ଟିମ୍‌ ବ୍ରୋଞ୍ଚ ପଦକ ହାସଲ କରିଛି। ଏହି ଟିମ୍‌ରେ ଯଶୱିନ୍ଦର, ଭୀମ, ପୁନୀତ ଓ ଆଶିଷ ଥିବା ଜଣାଯାଇଛି।

ସୂଚନାଥାଉକି, ଗତକାଲି ଏସିଆନ୍ ଗେମ୍ସ ଆରମ୍ଭ ହୋଇଥିବା ବେଳେ ଭାରତକୁ ୫ଟି ପଦକ ମିଳିଥିଲା। ମେହୁଲି ଘୋଷ, ଆଶି ଚୌକସି ଓ ରମିତାଙ୍କ ଟିମ୍‌ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ୍ସରେ ସିଲଭର ମେଡାଲ ଜିତିଥିଲେ। ଏହାପରେ ରୋଇଙ୍ଗରେ ଭାରତ ଦୁଇଟି ସିଲଭର ଓ ଗୋଟିଏ ବ୍ରୋଞ୍ଚ ମେଡାଲ ହାସଲ କରିଥିଲା। ଏହାପରେ ରମିତା ଜିନ୍ଦଲ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ୍‌ସରେ ଭାରତ ପାଇଁ ବ୍ରୋଞ୍ଚ ଜିତିଥିଲେ।

Leave A Reply

Your email address will not be published.