Odisha Link
Bridging the Missing Links in Odisha

ଖୋଲିଛି ହୀରାକୁଦ ଡ୍ୟାମ୍‌: ସମ୍ବଲପୁର-ସୋନପୁରକୁ ଯାତାୟତ ବାଧାପ୍ରାପ୍ତ

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଛି। ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଛି। ସମ୍ବଲପୁର-ସୋନପୁରକୁ ସଂଯୋଗ ରାସ୍ତାରେ ମହାନଦୀ ପାଣି ପ୍ରବାହିତ ହେଉଛି।

ହୀରାକୁଦର ୨୪ଟି ଗେଟ୍ ଖୋଲିବାରୁ ପୋଲ ଉପରେ ପାଣି ରହିଛି। ଗୁଣ୍ଡେରପୁର ପୋଲ ଉପରେ ପାଣି ଠାବରୁ ପ୍ରଶାସନ ପକ୍ଷରୁ ଯାତାୟତ ବନ୍ଦ କରାଯାଇଛି। ସୋନପୁରକୁ ଯିବା ପାଇଁ ମାନେଶ୍ୱର ଛକ ଦେଇ ଯିବାକୁ ପରାମର୍ଶ ଦିଆଯାଇଛି।

ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୧୫ ଫୁଟରେ ପହଂଚିଛି। ହୀରାକୁଦକୁ ପ୍ରବେଶ କରୁଛି ୨ ଲକ୍ଷ ୨୯ ହଜାର ୪୫୮ ଘନଫୁଟ ବନ୍ୟାଜଳ। ହୀରାକୁଦରୁ ନିଷ୍କାସିତ ହେଉଛି ୭୨ ହଜାର ୧୯୦ କ୍ୟୁସେକ ଜଳ। ପୂର୍ବରୁ ୨୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିଲା।

Leave A Reply

Your email address will not be published.