ଶୁକ୍ରବାର ପରିବର୍ତ୍ତେ ଗୁରୁବାର ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣା
ଓଏଲ୍ ବ୍ୟୁରୋ: ଶୁକ୍ରବାର ପରିବର୍ତ୍ତେ ଗୁରୁବାର ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯିବ। ପୂର୍ବରୁ ଘୋଷଣା ହୋଇଥିବା ୨୯ ପରିବର୍ତ୍ତେ ୨୮ରେ ସରକାରୀ ଛୁଟି ରହିବ ବୋଲି ସୂଚନା ପ୍ରକାଶ ପାଇଛି। ଆସନ୍ତା ୨୮ ତାରିଖକୁ ଛୁଟି ଘୋଷଣା କଲେ ସରକାର। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟଓ ବ୍ୟାଙ୍କ ଆଦି ବନ୍ଦ ରହିବ।