Odisha Link
Bridging the Missing Links in Odisha

ମହାପ୍ରଭୁଙ୍କ ସମ୍ପତ୍ତିକୁ ନେଇ ହେବ ଆଲୋଚନା, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିବ ବୈଠକ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା ପରେ ମହାପ୍ରଭୁଙ୍କ ଜମି ଜମାକୁ ନେଇ ବୈଠକ ହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ବସିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ସାରାଦେଶରେ ମହାପ୍ରଭୁଙ୍କ ସମ୍ପତ୍ତିର ଆକଳନ ନେଇ ଆଲୋଚନା କରାଯିବ। ଡାଟାବେଶ ପ୍ରସ୍ତୁତି ଓ ସମସ୍ୟା ନେଇ ଆଲୋଚନା ହେବ।

ଅନ୍ୟପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏଏସ୍ଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସ୍ଆଇ ଅଧୀକ୍ଷକ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଭିତର ଭଣ୍ଡାର କେବେ ମଧ୍ୟ ଅନୁଧ୍ୟାନ ହୋଇନାହିଁ। ୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା। ସେତେବେଳେ ଛାତରୁ ପାଣି ଗଳୁଥିବା କହିଛନ୍ତି।

ଚଟାଣରେ ପଥର ପଡ଼ିଥିଲା। କାନ୍ଥ ଭିତରୁ ଏକ ଫମ୍ଫସା ଶବ୍ଦ ମଧ୍ୟ ଶୁଭୁଥିଲା ମଧ୍ୟ ଅଧୀକ୍ଷକ କହିଥିଲେ। ଏହା ସହ ଏଏସ୍ଆଇ ଅଧୀକ୍ଷକ କହିଥିଲେ ଯେ, ରତ୍ନଭଣ୍ଡାରର ମରାମତି ଆବଶ୍ୟକ ରହିଛି। ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ମରାମତି କରିବୁ ବୋଲି ଏଏସ୍ଆଇ ଅଧୀକ୍ଷକ କହିଥିଲେ।

Leave A Reply

Your email address will not be published.