Odisha Link
Bridging the Missing Links in Odisha

ସର୍ବଦଳୀୟ ବୈଠକ ବିଫଳ; ଆଜି ବି କମ୍ପିବ ବିଧାନସଭା

ଓଏଲ୍‌ ବ୍ୟୁରୋ: ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ ଗୃହ। ବିଭିନ୍ନ ପ୍ରସଙ୍ଗ ସହିତ ୫-ଟି ସଚିବଙ୍କ ଗସ୍ତ ସମ୍ପର୍କୀତ ପ୍ରଶ୍ନକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା।ଗତକାଲି ଦିନତମାମ ଗୃହ ମଧ୍ୟଭାଗରେ ନାରାବାଜି କରିବାରୁ ଗୃହକାର୍ଯ୍ୟ ହୋଇପାରିନଥିଲା।

ଅନ୍ୟପଟେ ବିଜେଡି ସଦସ୍ୟମାନେ ମାନେ ନିଜ ନିଜ ଆସନରେ ଛିଡା ହୋଇ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲେ। ବିଶେଷ କରି ଜାତୀୟ ରାଜପଥ ନିର୍ମାଣରେ ଅବହେଳା କଥା କହି ବିଜେପି ସଭ୍ୟଙ୍କୁ ଟାର୍ଗେଟ୍ କରି ସ୍ଲୋଗାନ ଦେଇଥିଲେ। ଗୃହ ଭିତରେ ଓ ବାହାରେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଭର୍ତ୍ସନା କରିଥିଲେ।ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବି ଗୃହରେ ସ୍ଥିତି ସ୍ୱାଭାବିକ ହୋଇପାରିନଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ବିଫଳ ହୋଇଥିଲା।

Leave A Reply

Your email address will not be published.