Odisha Link
Bridging the Missing Links in Odisha

ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ। ଏଥିପାଇଁ ଏବେଠି ଆରମ୍ଭ ହେଲାଣି ଗଠବନ୍ଧନ ଚର୍ଚ୍ଚା। ରାଜନୈତିକ ଦଳ ଗୁଡ଼ିକ ଗଠବନ୍ଧନ କରିବାରେ ଲାଗିଛନ୍ତି। ଅନ୍ୟପଟେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଏନଡିଏ ମେଣ୍ଟରୁ ଏଆଇଏଡିଏମକେ ଅଲଗା ହୋଇଯାଇଛି ବୋଲି ଆଜି ତାମିଲନାଡ଼ୁ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଅୁନଷ୍ଠିତ ବୈଠକ ପରେ ଘୋଷଣା କରାଯାଇଛି। ଆସନ୍ତା ଲୋକସଭା ନିର୍ବାଚନରେ ଏଆଇଡିଏମକେ ଏକାକି ନିର୍ବାଚନ ଲଢ଼ିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

କିଛିଦିନ ହେବ ବିବାଦୀୟ ମନ୍ତବ୍ୟକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଲାଗିଥିଲା।ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ ଆନ୍ନା ଦୁରାଇ ଏବଂ ତାମିଲନାଡ଼ୁ ବିଜେପି ମୁଖ୍ୟ କେ.ଆନ୍ନାମଲାଇଙ୍କ ମଧ୍ୟରେ ତିକ୍ତତା ତଥା ବିବାଦୀୟ ମଣ୍ଡବ୍ୟ ଲାଗି ରହିଥିଲା ।୧୯୫୬ ମସିହାରେ ମଦୁରାଇରେ ଏକ କାର୍ଯ୍ୟକ୍ରମରେ ଅନ୍ନଦୁରାଇ ହିନ୍ଦୁ ଧର୍ମକୁ ଅପମାନିତ କରିଥିବା ଅଭିଯୋଗ ହେବା ପରେ ଅନ୍ନାମଲାଇଙ୍କ ମନ୍ତବ୍ୟ ଏକ ବିବାଦ ସୃଷ୍ଟି କରିଥିଲା। ବିଜେପି ନେତା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅନ୍ନଦୁରାଇଙ୍କୁ ମଦୁରାଇରେ ଲୁଚାଇ ରଖାଯାଇଛି ଏବଂ ସେ କ୍ଷମା ମାଗିବା ପରେ ସେ ଖସି ପଳାଇଛନ୍ତି।

Leave A Reply

Your email address will not be published.