Odisha Link
Bridging the Missing Links in Odisha

କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି: ପୁଣି କମିଲା ଉଜ୍ଜ୍ୱଳା ଗ୍ୟାସ ଦର

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ଗ୍ୟାସ ଦର କମାଇଛନ୍ତି। ପୂର୍ବରୁ ସିଲିଣ୍ଡର ପିଛା ଗ୍ୟାସ ଦର ଦୁଇ ଶହ ଟଙ୍କା କମିଥିବାବେଳେ ପୁଣି ଉଜ୍ଜ୍ୱଳା ଗ୍ୟାସ ସିଲିଣ୍ଡର ଦର କେନ୍ଦ୍ର ସରକାର କମାଇଛନ୍ତି। ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସବ୍‌ସିଡି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି।

ପ୍ରତି ସିଲିଣ୍ଡରରେ ସବ୍‌ସିଡି ୨୦୦ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୩ ଶହ ଟଙ୍କା ସବ୍‌ସିଡି ନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜିଠୁ ସିଲିଣ୍ଡର ପିଛା ଗ୍ୟାସ ଦର ତିନି ଶହ ଟଙ୍କା ସରକାର କମାଇଛନ୍ତି।