Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କ ନିଷ୍ପତି: ବଢ଼ିଲା ଶ୍ରମିକଙ୍କର ଦୈନିକ ମଜୁରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରମିକଙ୍କର ଦୈନିକ ମଜୁରୀ ବୃଦ୍ଧି କରାଯାଇଛି। ଅଣକୁଶଳି ଶ୍ରମିକଙ୍କର ଦୈନିକ ମଜୁରୀ ୩୪୫ରୁ ବଢ଼ି ୩୫୨ ଟଙ୍କା ହୋଇଥିବାବେଳେ ଅର୍ଦ୍ଧକୁଶଳି ଶ୍ରମିକଙ୍କର ଦୈନିକ ମଜୁରୀ ୩୮୫ରୁ ବଢ଼ି ୩୯୨ ଟଙ୍କା ହୋଇଛି। କୁଶଳି ଶ୍ରମିକଙ୍କର ଦୈନିକ ମଜୁରୀ ୪୩୫ରୁ ବଢ଼ି ୪୪୨ ଟଙ୍କା ହୋଇଥିବାବେଳେ ଅତିକୁଶଳି ଶ୍ରମିକଙ୍କର ଦୈନିକ ମଜୁରୀ ୪୯୫ରୁ ବଢ଼ି ୫୦୨ ଟଙ୍କା ହୋଇଛି। ତେବେ ରାଜ୍ୟ ସରକାର ଏହି ଦୈନିକ ମଜୁରୀ ବୃଦ୍ଧି କରାଇଛନ୍ତି।

ସୂଚନା ଅନୁସାରେ, ଗତ ଏପ୍ରିଲ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ ମଜୁରୀ ବୃଦ୍ଧି ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି ପାଇଥିବା ସୂଚନା ମିଳିଥିଲା। ପ୍ରତ୍ୟେକ ଶ୍ରମିକଙ୍କ ମଜୁରି ୧୨ ଟଙ୍କା ଲେଖାଏଁ ବୃଦ୍ଧି ପାଇଥିଲା। ପୂର୍ବରୁ ଅଣକୁଶଳୀ ଶ୍ରମିକଙ୍କ ମଜୁରି ୩୩୩ ଟଙ୍କା ଥିଲା ଯାହା ବର୍ତ୍ତମାନ ୩୪୫ ଟଙ୍କା ହୋଇଥିଲା। ଅର୍ଧକୁଶଳୀ ଶ୍ରମିକଙ୍କର ୩୭୩ ଟଙ୍କାରୁ ୩୮୫ ଟଙ୍କାକୁ ବୃଦ୍ଧି ପାଇଥିଲା।

ଅନ୍ୟପକ୍ଷେ, କୁଶଳୀ ଶ୍ରମିକଙ୍କ ୪୨୩ ଟଙ୍କାରୁ ୪୩୫ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରି ୪୮୩ ଟଙ୍କାରୁ ୪୯୫ ଟଙ୍କାକୁ ବୃଦ୍ଧି ପାଇଥିଲା। ତେବେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ହେବା ନେଇ ରାଜ୍ୟ ସରକାରଙ୍କ ଶ୍ରମ କମିସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ପ୍ରତ୍ୟେକ ଶ୍ରମିକଙ୍କ ମଜୁରି ସମାନ ଭାବରେ ୧୨ ଟଙ୍କା ଲେଖାଏଁ ବୃଦ୍ଧି ହୋଇଥିବା ଜଣା ପଡିଥିଲା।

Leave A Reply

Your email address will not be published.