Odisha Link
Bridging the Missing Links in Odisha

ବେଟିଂ ଆପ୍ ସ୍କାମ୍ ମାମଲା: ଅଭିନେତା ରଣବୀର କପୁର୍‌ଙ୍କୁ ଇଡିର ସମନ

ଓଏଲ୍‌ ବ୍ୟୁରୋ: ବଲିଉଡ୍‌ ଅଭିନେତା ରଣବୀର କପୁର୍‌ଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଅଭିନେତା ରଣବୀର କପୁର୍‌ଙ୍କୁ ସମନ ଜାରି କରାଯାଇଛି। ବେଟିଂ ଆପ୍ ସ୍କାମ୍ ମାମଲାରେ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ଆସନ୍ତା ୬ରେ ହାଜର ହେବା ପାଇଁ ସମନ ଜାରି ହୋଇଛି।

ସୂଚନା ଅନୁସାରେ, ବେଟିଂ ଆପ୍‌ରେ ହଜାର କୋଟି ଟଙ୍କାର ଠକେଇ ଘଟଣାରେ ଅଭିଯୁକ୍ତ ମହମ୍ମଦ ସୈଫ୍ ନାଁରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା। ଇଓଡବ୍ଲ୍ୟୁ ଦିଲ୍ଲୀ ସାହିନବାଗର ମହମ୍ମଦ ସୈଫ ନାଁରେ ଲୁକଆଉଟ୍ ସର୍କୁଲାର ଜାରି ହୋଇଥିଲା। ଏହି ଠକେଇ ଘଟଣାର ମହମ୍ମଦ ସୈଫ ମୁଖ୍ୟ ଅଭିଯୁକ୍ତ ବୋଲି ଜଣା ପଡିଥିଲା।

Leave A Reply

Your email address will not be published.