Odisha Link
Bridging the Missing Links in Odisha

ସିକିମରେ ବନ୍ୟା: ଭାସିଗଲେ ୨୩ ଯବାନ

ଓଏଲ୍ ବ୍ୟୁରୋ: ସିକିମ ବନ୍ୟାରେ ଘଟିଥିବା ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି। ବନ୍ୟାରେ ଭାସି ୨୩ ଯବାନ ନିଖୋଜ ଥିବା ଜଣା ପଡିଛି। ବାଦଲ ଫଟା ବର୍ଷା ଯୋଗୁଁ ତୀସ୍ତା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଲାଚେନ ଉପତ୍ୟକାର ତୀସ୍ତା ନଦୀରେ ବନ୍ୟା ସ୍ଥିତି ହୋଇଛି। ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବାବେଳେ ଯାନବାହନ ଭାସିଯାଇଛି। ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି କରାଯାଇଛି।