Odisha Link
Bridging the Missing Links in Odisha

ଚାକିରିରେ ମହିଳାଙ୍କୁ ମିଳିବ ୩୫% ସଂରକ୍ଷଣ, ସରକାର କଲେ ବଡ଼ ଘୋଷଣା

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଶେଷ ଆଡ଼କୁ ହେବ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଏଥିପାଇଁ ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। ନିର୍ବାଚନକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ଖେଳିଛନ୍ତି ମହିଳା କାର୍ଡ।

ଏଣିକି ମଧ୍ୟପ୍ରଦେଶରେ ସମସ୍ତ ସରକାରୀ ଚାକିରିରେ ୩୫% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ବନ ବିଭାଗକୁ ଛାଡ଼ିଦେଲେ ରାଜ୍ୟର ସମସ୍ତ ସରକାରୀ ବିଭାଗରେ ହେଉଥିବା ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ସ୍ପଷ୍ଟ ସୂଚନା ମିଳିଛି।

ସବୁଠୁ ବଡ଼କଥା ହେଲା ନିକଟରେ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବାକୁ ବିଲ୍‌ ପାରିକ ହୋଇ ସାରିଛି। ଏହି କ୍ଷେତ୍ରରେ ମଧ୍ୟପ୍ରଦେଶ ସରକାର ପାଦେ ଆଗେଇ ସାରିଛନ୍ତି। ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯିଏକି, ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ମହିଳାଙ୍କ ପାଇଁ ୫୦% ଆସନ ସଂରକ୍ଷଣ ବ୍ୟବସ୍ଥା କରିଛି।

Leave A Reply

Your email address will not be published.