Odisha Link
Bridging the Missing Links in Odisha

ସିକ୍କିମରେ ପ୍ରକୃତିର ତାଣ୍ଡବ, ନଦୀ ଗର୍ଭରେ ପୋତି ହୋଇଛି ଅନେକ ସେନା ଟ୍ରକ୍

ଓଏଲ୍‌ ବ୍ୟୁରୋ: ସିକ୍କିମରେ ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟା ପରର ଭୟାନକ ଦୃଶ୍ୟ ସାମ୍ନାକୁ ଆସିଛି। ନଦୀ ଗର୍ଭରେ ପୋତି ହୋଇଛି ଅନେକ ସେନା ଟ୍ରକ୍। ମାଟି ଅତଡ଼ା ଭିତରୁ ଜୀବନ ଖୋଜିବାକୁ ପ୍ରୟାସ ଚାଲିଛି। ବନ୍ୟାରେ ଭାସି ୨୨ ଯବାନ ନିଖୋଜ ଥିବା ଜଣା ପଡିଛି। ଏହା ସହ ଜଣେ ଓଡ଼ିଆ ଯବାନ ହାବିଲଦାର ସରୋଜ କୁମାର ଦାସ ମଧ୍ୟ ନିଖୋଜ ହୋଇଛନ୍ତି। ଲାଚେନ ଉପତ୍ୟକାର ତୀସ୍ତା ନଦୀରେ ବନ୍ୟା ସ୍ଥିତି ହୋଇଛି। ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବାବେଳେ ଯାନବାହନ ଭାସିଯାଇଛି। ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି କରାଯାଇଛି।

ବାଦଲ ଫଟା ବର୍ଷା ଯୋଗୁଁ ତୀସ୍ତା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ସିକ୍କିମରେ ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚୁଙ୍ଗଥାଙ୍ଗ ଡ୍ୟାମ ସହ ୧୪ଟି ସେତୁ ଭୁଶୁଡ଼ିଛି। ଧୋଇଯାଇଛି ଅନେକ ରାସ୍ତାଘାଟ। ବିଭିନ୍ନ ସ୍ଥାନରେ ଫସିଛନ୍ତି ୩ ହଜାରରୁ ଅଧିକ ପର୍ଯ୍ୟଟକ। ପ୍ରଳୟଙ୍କରୀ ବନ୍ୟାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ନିଖୋଜ ଓ ୨୬ ଜଣ ଆହତ ହୋଇଥିବା ସୂଚନା ରହିଛି। ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି।

Leave A Reply

Your email address will not be published.