ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଏଡିଜେ କୋର୍ଟରେ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ
ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ଏହି ମାମଲାରେ ଝାରସୁଗୁଡ଼ା ଏଡିଜେ କୋର୍ଟରେ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ନବଙ୍କ ଭାଇ ରାଜକିଶୋର ଦାସ ଓ ଅନ୍ୟ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଭିସି ମାଧ୍ୟମରେ ଚୌଦ୍ୱାର ଜେଲରୁ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଯୋଗଦେଇଥିବା ସୂଚନା ରହିଛି।
ଖବର ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନଥିବାବେଳେ ଅଭିଯୁକ୍ତ ଗୋପାଳ ଥାନାରେ ଦିନ କାଟୁଛି।