Odisha Link
Bridging the Missing Links in Odisha

ଅନ୍ଧବିଶ୍ୱାସ ନେଲା ଜୀବନ! ଟ୍ରିପଲ୍‌ ମର୍ଡରର ପର୍ଦ୍ଦାଫାସ୍‌ କଲା ପୁଲିସ

ଓଏଲ୍‌ ବ୍ୟୁରୋ: ଜୁନାଗଡ଼ ଟ୍ରିପଲ୍‌ ମର୍ଡରର ପର୍ଦ୍ଦାଫାସ୍‌ କଲା ପୁଲିସ। ଗୁଣି ସନ୍ଦେହରୁ ଟ୍ରିପଲ୍‌ ମର୍ଡର ହୋଇଥିବା ଧର୍ମଗଡ଼ ଡିଏସ୍‌ପି ସ୍ପଷ୍ଟ କରିଛନ୍ତି। ମୃତ ମହିଳାଙ୍କ ପୁତୁରା ହିଁ ହତ୍ୟାକାରୀ ବୋଲି ଡିଏସ୍‌ପି କହିଛନ୍ତି। ଅଭିଯୁକ୍ତ ପୁତୁରାଙ୍କୁ ଗିରଫ କରାଯିବ ସହ ହତ୍ୟାରେ ବ୍ୟବହୃତ ଛୁରି ମଧ୍ୟ ଜବତ କରାଯାଇଛି।

ଗତ ୧ରେ ମହିଳା, ତାଙ୍କ ଛୋଟ ଝିଅ, ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିଲା। ବିଲରୁ ଫେରିଲା ବେଳେ ପୁତୁରା ସେମାନଙ୍କ ଗଳା କାଟି ମାରିଥିଲା। ଦେହ ଭଲ ନ ରହିବା ଓ ପିଲାଛୁଆ ନ ହେବାରୁ ଗୁଣି ସନ୍ଦେହ କରୁଥିଲା। ତେବେ ଏହି ଘଟଣାର ତଦନ୍ତ କରି ପୁଲିସ ଟ୍ରିପଲ୍‌ ମର୍ଡରର ପର୍ଦ୍ଦାଫାସ୍‌ କରିଛି।