Odisha Link
Bridging the Missing Links in Odisha

ମନି ଲଣ୍ଡରିଂ ମାମଲା: ଇଡି ଜାଲରେ ଆପ୍‌ ବିଧାୟକ

ଓଏଲ୍‌ ବ୍ୟୁରୋ: ମନି ଲଣ୍ଡରିଂ ମାମଲାରେ ଆପ୍‌ ବିଧାୟକ ଅମାନତୁଲ୍ଲାଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଛି। ଦିଲ୍ଲୀର ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ ଜାରି ହୋଇଛି। ଦିଲ୍ଲୀ ଆଣ୍ଟି କରପସନ ବ୍ୟୁରୋ, ସିବିଆଇର ଏତଲା ପରେ ଚଢ଼ାଉ ହୋଇଛି। ଦିଲ୍ଲୀ ୱାକ୍‌ଅଫ୍‌ ବୋର୍ଡ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ଏହି ଚଢ଼ାଉ ଜାରି ହୋଇଛି।