Odisha Link
Bridging the Missing Links in Odisha

ଇସ୍ରାଏଲ-ହମାସ ଯୁଦ୍ଧ ଜାରି, ଫସିଥିବା ୧୮ ହଜାର ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ଚତୁର୍ଥ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଥିବାବେଳେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି।

ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ରହୁଛନ୍ତି। ତେବେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି। ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗଯୋଗରେ ଅଛି। ତେବେ ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକ ଏବଂ ପର୍ୟ୍ୟଟକ ସେମାନଙ୍କୁ ସୁରକ୍ଷିତ ଭାବେ ଇସ୍ରାଏଲରୁ ନେଇଯିବା ପାଇଁ ତେଲ୍‌ ଅବିବସ୍ଥିତ ଭାରତୀୟ ଦୂତାବାସକୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ, ହମାସର ବିଭିନ୍ନ ଠିକଣା ଉପରେ ଖୋଜି ଖୋଜି ଏୟାରଷ୍ଟ୍ରାଇକ୍ କରୁଛି। ଏହାସହ ୩୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଇସ୍ରାଏଲ ସହ ପାଲେଷ୍ଟାଇନ ଯୁଦ୍ଧ ଫଳରେ ମୃତ୍ୟୁସଂଖ୍ୟା ୧୫ଶହ ଟପିଛି। ଉଭୟ ପକ୍ଷରୁ ୧୫ଶହ ମୃତ୍ୟୁ ନେଇ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଇସ୍ରାଏଲରେ ଅନେକ ଭାରତୀୟ କାମ କରୁଛନ୍ତି। ଅନେକ ଛାତ୍ର, ଆଇଟି ବୃତ୍ତିଧାରୀ ଏବଂ ହୀରା ବ୍ୟବସାୟୀ ମଧ୍ୟ ଅଛନ୍ତି। ଇସ୍ରାଏଲ ଯାଇଥିବା କିଛି ବ୍ୟବସାୟୀ ମଧ୍ୟ ଫସି ଯାଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାପାଇଁ ସେମାନେ ଅନୁରୋଧ କରିଛନ୍ତି।

ସୂଚନା ଅନୁସାରେ, ଗତ ଶନିବାର ହମାସ ଆତଙ୍କବାଦୀ ଇସ୍ରାଏଲର ପ୍ରମୁଖ ସହର ଉପରେ ୫ହଜାର ମିସାଇଲ ମାଡ କରିିଥିଲା। ଏହାସହ ଇସ୍ରାଏଲରେ ଅନୁପ୍ରବେଶ କରି ଅନେକ ସାଧାରଣ ନାଗରିକଙ୍କ ହତ୍ୟା କରିବା ସହ ଦୁଇ ଶହରୁ ଅଧିକ ଲୋକଙ୍କୁ ହମାସ ଆତଙ୍କୀ ଅପହରଣ କରିନେଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ଯୁଦ୍ଧ ଡାକରା ଦେଇଛି। ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନା ଜୋରଦାର ପାଲଟା ଆକ୍ରମଣ କରୁଛି। ହମାସର ବିଭିନ୍ନ ଠିକଣା ଉପରେ ଖୋଜି ଖୋଜି ଏୟାରଷ୍ଟ୍ରାଇକ୍ କରୁଛି। ଏହାସହ ୩୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.