ଚାଷୀଙ୍କୁ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ନିଲମ୍ବିତ ହେଲେ ଜଣେ କନେଷ୍ଟବଳ
ସମନ ଦେବାକୁ ଯାଇଥିବା ବେଳେ କଣିପାଳ ଗାଁର ଚାଷୀଙ୍କୁ ଟଙ୍କା ମାଗିଥିଲେ।

ଓଏଲ୍ ବ୍ୟୁରୋ: ଚାଷୀଙ୍କୁ ଟଙ୍କା ମାଗିବା ପଡ଼ିଲା ମହଙ୍ଗା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା କନେଷ୍ଟବଳ ଚାଷୀଙ୍କୁ ଟଙ୍କା ମାଗି ନିଲମ୍ବିତ ହୋଇଛନ୍ତି। କନେଷ୍ଟବଳ ରାଜକିଶୋର ବାରିକଙ୍କୁ ସସ୍ପେଣ୍ଡ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି। ଚାଷୀଙ୍କୁ ଟଙ୍କା ମଗା ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ କନେଷ୍ଟବଳ ରାଜକିଶୋର ବାରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜଧାନୀରେ ଆନ୍ଦୋଳନ କରିଥିବା କିଛି ଛାଷୀଙ୍କ ନାଁରେ ୱାରେଣ୍ଟ ଥିଲା। ସମନ ଦେବାକୁ ଯାଇଥିବା ବେଳେ କଣିପାଳ ଗାଁର ଚାଷୀଙ୍କୁ ଟଙ୍କା ମାଗିଥିଲେ। ଏହା ପରେ ତାଙ୍କୁ ଚାକିରୀ ନିଲମ୍ବିତ କରାଯାଇଛି।