Odisha Link
Bridging the Missing Links in Odisha

ରାଜରାସ୍ତାରେ ଉଡ଼ିଲା ଟଙ୍କା, ରିଜର୍ଭ ବ୍ୟାଙ୍କ ସାମ୍ନାରେ ଟଙ୍କା ଉଡ଼ାଇଲେ ଅସନ୍ତୁଷ୍ଟ ଗ୍ରାହକ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରର ରାଜରାସ୍ତାରେ ଘଟିଥିବା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଟଙ୍କା ଉଡ଼ିଥିବା ଖବର ସାମ୍ନାକୁ ଆସିଛି। ଚିରାଫଟା ୫ ଶହ, ୨ ଶହ ଓ ଶହେ ଟଙ୍କିଆ ନୋଟ୍‌ ଉଡ଼ିଲା। ଏହି ଟଙ୍କା ରିଜର୍ଭ ବ୍ୟାଙ୍କ ସାମ୍ନାରେ ଅସନ୍ତୁଷ୍ଟ ଗ୍ରାହକ ଉଠାଇଥିବା ଜଣା ପଡିଛି। ବ୍ୟାଙ୍କରେ ଚିରାଫଟା ନୋଟ୍ ବଦଳାଇ ନହେବାରୁ ଟଙ୍କା ଉଡ଼ାଇଛନ୍ତି। ଏହା ସହ ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ରିଜର୍ଭ ବ୍ୟାଙ୍କ ଗ୍ରାହକ ଅଭିଯୋଗ ଆଣିଛନ୍ତି।