ଭାରି ପଡ଼ିଲା ଅନ୍ଲାଇନ୍ ଗେମ୍ ଆପ୍ଲିକେସନ; ଦେଢ଼ ଲକ୍ଷ ଲୁଟିନେଲେ ଲୁଟେରା

ଓଏଲ୍ ବ୍ୟୁରୋ: ଅନ୍ଲାଇନ୍ ଗେମ୍ ଆପ୍ଲିକେସନ ମାଧ୍ୟମରେ ଲୁଟ ହୋଇଥିବା ଖବର ସାମ୍ନାକୁ ଆସିଛି। ସମଲିଙ୍ଗୀ ସଂପର୍କ ରଖି ବ୍ଲାକମେଲିଂ ଓ ପରେ ଦେଢ଼ ଲକ୍ଷ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅନ୍ଲାଇନ୍ ଗେମ୍ ଆପ୍ଲିକେସନରେ ପ୍ରଥମେ ଚାଟ୍ କରୁଥିଲେ ଅଭିଯୁକ୍ତ। ସମଲିଙ୍ଗୀ ସଂପର୍କ ପାଇଁ ଆଗ୍ରହୀ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ। ସଂପର୍କ ସ୍ଥାପନ ବେଳର ଭିଡିଓ ଭାଇରାଲ୍ ଧମକ ଦେଇ ଲୁଟୁଥିଲେ। ତେବେ ଏହି ମାମଲାରେ ଲିଙ୍ଗରାଜ ଥାନା ପୁଲିସ ୫ ନାବାଳକଙ୍କୁ ଅଟକ ରଖିଛନ୍ତି। ଖୋର୍ଦ୍ଧାର ଜଣେ ଯୁବକଙ୍କ ଅଭିଯୋଗ ଆଧାରରେ ପୁଲିସ ୫ ନାବାଳକଙ୍କୁ ଅଟକ ରଖିଛି।