Odisha Link
Bridging the Missing Links in Odisha

କାଶ୍ମୀର ଗସ୍ତରେ ମହାମହିମ, ସ୍ବାଗତ କଲେ ଉପରାଜ୍ୟପାଳ ମନୋଜ ସିହ୍ନା

ଓଏଲ୍‌ ବ୍ୟୁରୋ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର କାଶ୍ମୀର ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାଶ୍ମୀରରେ ପହଂଚିବା ପରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ବାଗତ କରିଛନ୍ତି। ୨ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି।

ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାଶ୍ମୀର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ରାଷ୍ଟ୍ରପତି ୨୦୨୦ରୁ ବିଶ୍ୱବିଦ୍ୟାଳୟର ମେଧାବୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରିବେ। ସମାବର୍ତ୍ତନ ଉତ୍ସବରେ ୪୦୦ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ, ପିଏଚଡି ଓ ଏମଫିଲ୍ ଡିଗ୍ରୀ ପ୍ରଦାନ କରାଯିବ।

ଏହା ସହ ଶ୍ରୀନଗରର ଡାଲ୍ ହ୍ରଦରେ ଏକ ଲାଇଟ୍ ଆଣ୍ଡ ସାଉଣ୍ଡ ସୋରେ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ରାତ୍ରଭୋଜନ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାଶ୍ମୀର ଉପତ୍ୟକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମାବର୍ତ୍ତନ ଉତ୍ସବରେ ଯେଉଁମାନେ ରହିବେ ସେମାନଙ୍କ ପ୍ରୋଫାଇଲର ଗୁଇନ୍ଦା ସମୀକ୍ଷା କରାଯାଇଛି।

Leave A Reply

Your email address will not be published.