Odisha Link
Bridging the Missing Links in Odisha

ବିଶ୍ବକପ୍‌ ମହାକୁମ୍ଭ ୨୦୨୩: ବୋଲିଂ କରିବ ଭାରତ, ବାଦ୍ ପଡ଼ିଲେ ଅଶ୍ୱିନ

ଓଏଲ୍‌ ବ୍ୟୁରୋ: ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭ ୨୦୨୩ରେ ଆଜି ନବମ ମୁକାବିଲା ଆରମ୍ଭ ହୋଇଛି। ଦିଲ୍ଲୀରେ ଅପରାହ୍ନ ୨ଟାରେ ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ। ପ୍ରଥମ ମ୍ୟାଚରେ କଙ୍ଗାରୁବାହିନୀ ପରାସ୍ତ କରି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଆଜି ଆଫଗାନିସ୍ତାନକୁ ହରାଇ ବିଜୟଧାରା ବଜାୟ ରଖିବା ପାଇଁ ପଡ଼ିଆକୁ ଓହ୍ଲାଇବ। ସେପଟେ ବିଜୟଖାତା ଖୋଲିନଥିବା ଆଫଗାନିସ୍ତାନ ଟିମ୍‌ ବିଜୟ ପାଇଁ ପଡ଼ିଆକୁ ଓହ୍ଲାଇବ। ତେବେ ଅପରାହ୍ନ ୨ଟାରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ଟସ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି। ଆଉ ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଉଭୟ ଦେଶର କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଭାରତ ୬ ଓ୍ବିକେଟରେ ବିଜୟୀ ହୋଇଥିଲା। ବୋଲିଂ, ଆଉ ଫିଲ୍ଡିଂରେ ଦମଦାର ପ୍ରଦର୍ଶନ କରିଥିଲା ଟିମ୍‌ ଇଣ୍ଡିଆ। ଦମଦାର ବ୍ୟାଟିଂ ପ୍ରଦର୍ଶନ ମଧ୍ୟ କରିଥିଲା ଭାରତ। ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲେ ବି ଦଳର ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ କେଏଲ ରାହୁଲ ଦମଦାର ଇନିଂସ ଖେଳି ଦଳ ପାଇଁ ସଙ୍କଟମୋଚକ ହୋଇଥିଲେ। ଯାହାଫଳରେ ଦୃଢ଼ ମନୋବଳ ସହିତ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଏଥିସହିତ ଟିମ୍‌ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଅଶ୍ବିନୀଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି।

ଆଫଗାନିସ୍ତାନ ଟିମ୍‌ ତାର ପ୍ରଥମ ମ୍ୟାଚରେ ବାଂଲାଦେଶଠୁ ପରାସ୍ତ ହୋଇଥିଲା। ଆଜି ଭାରତକୁ ହରାଇ ବିଜୟ ଖାତା ଖୋଲିବାକୁ ଚେଷ୍ଟା କରିବ ନିଶ୍ଚୟ। ବିଶେଷ ଭାବେ ଆଜି ଆଫଗାନିସ୍ତାନ ସ୍ପିନର ଓ ଭାରତୀୟ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ।

ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ (ୱିକେଟ୍‌ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ

ଆଫଗାନିସ୍ତାନ ଏକାଦଶ: ହାସମତୁଲା ସାହିଦି (ଅଧିନାୟକ), ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବି, ଅଜମତୁଲ୍ଲା ଓମାରଜାଇ, ରସିଦ ଖାନ, ମୁଜୀବ୍ ଉର ରହମାନ, ନବୀନ ଉଲ୍ ହକ, ଫଜଲହକ ଫାରୁକି

Leave A Reply

Your email address will not be published.