Odisha Link
Bridging the Missing Links in Odisha

ଜୁନୋଟିକ୍ ରୋଗର ମୁକାବିଲା ପାଇଁ ୱାନ୍ ହେଲ୍‌ଥ କାର୍ଯ୍ୟକ୍ରମ

ଓଏଲ୍‌ ବ୍ୟୁରୋ: ଜୁନୋଟିକ୍ ରୋଗର ମୁକାବିଲା ପାଇଁ ୱାନ୍ ହେଲ୍‌ଥ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୁବନେଶ୍ୱରରେ ବରିଷ୍ଠ ଅଧିକାରୀଙ୍କୁ ନେଇ କର୍ମଶାଳାର ଆୟୋଜନ କରାଯାଇଛି। ସ୍ୱାସ୍ଥ୍ୟ, ପଶୁ ସଂପଦ, କୃଷି ବିଭାଗ ସହ ଓୟୁଏଟି ଅଧିକାରୀ ଉପସ୍ଥିତ ରହିଛନ୍ତି।

ଜୁନୋଟିକ୍ ଡିଜିଜ୍ ପଶୁରୁ ମଣିଷ ଶରୀରକୁ ବ୍ୟାପୁଛି। ଆନ୍ଥ୍ରାକ୍ସ, ସ୍କ୍ରବ ଟାଇଫସ୍, ନିପା ରୋଗର ମୁକାବିଲା ପାଇଁ କାର୍ଯ୍ୟକ୍ରମ କରାଯାଇଛି। ରୋଗର ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଆକ୍ସନ ପ୍ଲାନ୍‌ ସହ ଗଠନ ହେବ କମିଟି। କେଉଁ ଜିଲ୍ଲାରେ କେଉଁ ଜୁନୋଟିକ୍ ରୋଗ ଅଧିକ ହେଉଛି ମ୍ୟାପିଂ କରାଯିବ।