Odisha Link
Bridging the Missing Links in Odisha

ଇସ୍ରାଏଲ-ହମାସ ଯୁଦ୍ଧ ଜାରି; ଇରାନକୁ ଆମେରିକାର ଚେତାବନୀ

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ଷଷ୍ଠ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି। ଗାଜା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଇସ୍ରାଏଲ ସେନା ନିଜ ଦଖଲକୁ ନେଇଛି। ହମାସ କବ୍‌ଜାରେ ଥିବା ଅଞ୍ଚଳକୁ ଦଖଲ କଲା ଇସ୍ରାଏଲ ସେନା।

ଅନ୍ୟପଟେ, ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଇରାନକୁ ଆମେରିକା ଚେତାବନୀ ଦେଇଛି। ହମାସ ସହଯୋଗୀ ଇରାନକୁ ବାଇଡେନ୍‌ କଡ଼ା ଚେତାବନୀ ଦେବା ସହ ଇରାନକୁ ସତର୍କ ରହିବାକୁ ଆମେରିକା ରାଷ୍ଟ୍ରପତି ବାଇଡେନ କହିଛନ୍ତି। ଆମେରିକା ଇସ୍ରାଏଲକୁ ସହାୟତାର ହାତ ବଢ଼ାଇ ସାରିଛି। ଆମେରିକୀୟ ଯୁଦ୍ଧ ଜାହାଜ ଓ ଲଢୁଆ ବିମାନ ମୁତୟନ କରିଛୁ। ତେଣୁ ଇରାନ ସାବଧାନ ରହୁ, ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ ବୋଲି ରାଷ୍ଟ୍ରପତି ବାଇଡେନ କହିଛନ୍ତି। ଯୁଦ୍ଧରେ ୨୨ ଆମେରିକୀୟଙ୍କ ମୃତ୍ୟୁ ହୋଇଥିବା ହ୍ବାଇଟ୍‌ ହାଉସ୍‌ ସୂଚନା ଜାରି କରିଛି।

ସୂଚନା ଅନୁସାରେ, ଗାଜା ସହର ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି କରିଛି। ସଦ୍ୟ ଆକ୍ରମଣରେ ୫୧ ପ୍ରାଣ ହରାଇଥିବାବେଳେ ୩ ଶହରୁ ଅଧିକ ଗୁରୁତର ହୋଇଛନ୍ତି। ଇସ୍ରାଏଲର ଆକ୍ରମଣରେ ୬ ଦିନରେ ୧୨୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ଯୁଦ୍ଧକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଚେତାବନୀ ଦେଇ କହିଛନ୍ତି, ହମାସକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦେବୁ। ଖାଦ୍ୟ ଓ ଇନ୍ଧନ ଯୋଗାଣ ଇସ୍ରାଏଲ ବନ୍ଦ କରିବାରୁ ଗାଜାରେ ଜଟିଳ ସ୍ଥିତି ସୃଷ୍ଟି ହୋଇଛି।

Leave A Reply

Your email address will not be published.