Odisha Link
Bridging the Missing Links in Odisha

ମିଶନଶକ୍ତି ବିପିସିଙ୍କୁ ଆକ୍ରମଣ, ଘଟଣାରେ ସମ୍ପୃକ୍ତ ୫ ଅଟକ

ଓଏଲ୍‌ ବ୍ୟୁରୋ: ବଲାଙ୍ଗିରରେ ମିଶନ ଶକ୍ତି ବିପିସିଙ୍କୁ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଅଟକ ରଖାଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରାଙ୍କ ୫ ସମର୍ଥକଙ୍କୁ ଅଟକ ରଖାଯାଇଛି। ଏହା ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା ଫେରାର ଥିବା ସୂଚନା ମଧ୍ୟ ରହିଛି। ଗତ ୧୦ ତାରିଖରେ ଗୁଡଭେଲା ବ୍ଲକ ଅଫିସରେ ଆକ୍ରମଣ ହୋଇଥିଲା। ଏନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ତଦନ୍ତ କରି ପୁଲିସ ୫ ଜଣଙ୍କୁ ଅଟକ ରଖିଛି।

Leave A Reply

Your email address will not be published.