Odisha Link
Bridging the Missing Links in Odisha

ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସିଛନ୍ତି ଭାରତୀୟ ନାଗରିକ; ଉଦ୍ଧାର ପାଇଁ ଅପରେସନ୍ ଅଜୟ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ଷଷ୍ଠ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଅଜୟ ଆରମ୍ଭ ହୋଇଛି। ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଅପରେସନ୍ ଅଜୟ ଆରମ୍ଭ କରାଯାଇଛି। ଭାରତ ସରକାର ଆରମ୍ଭ କଲେ ଅପରେସନ ଅଜୟ ଆରମ୍ଭ କରିଛି। ଖୁବଶୀଘ୍ର ସେଠାରେ ଫସିରହିଥିବା ଭାରତୀୟ ସ୍ବଦେଶ ଫେରିବେ।

ଅନ୍ୟପଟେ, ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଇରାନକୁ ଆମେରିକା ଚେତାବନୀ ଦେଇଛି। ହମାସ ସହଯୋଗୀ ଇରାନକୁ ବାଇଡେନ୍‌ କଡ଼ା ଚେତାବନୀ ଦେବା ସହ ଇରାନକୁ ସତର୍କ ରହିବାକୁ ଆମେରିକା ରାଷ୍ଟ୍ରପତି ବାଇଡେନ କହିଛନ୍ତି। ଆମେରିକା ଇସ୍ରାଏଲକୁ ସହାୟତାର ହାତ ବଢ଼ାଇ ସାରିଛି। ଆମେରିକୀୟ ଯୁଦ୍ଧ ଜାହାଜ ଓ ଲଢୁଆ ବିମାନ ମୁତୟନ କରିଛୁ। ତେଣୁ ଇରାନ ସାବଧାନ ରହୁ, ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ ବୋଲି ରାଷ୍ଟ୍ରପତି ବାଇଡେନ କହିଛନ୍ତି। ଯୁଦ୍ଧରେ ୨୨ ଆମେରିକୀୟଙ୍କ ମୃତ୍ୟୁ ହୋଇଥିବା ହ୍ବାଇଟ୍‌ ହାଉସ୍‌ ସୂଚନା ଜାରି କରିଛି।

ସୂଚନା ଅନୁସାରେ, ଗାଜା ସହର ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି କରିଛି। ସଦ୍ୟ ଆକ୍ରମଣରେ ୫୧ ପ୍ରାଣ ହରାଇଥିବାବେଳେ ୩ ଶହରୁ ଅଧିକ ଗୁରୁତର ହୋଇଛନ୍ତି। ଇସ୍ରାଏଲର ଆକ୍ରମଣରେ ୬ ଦିନରେ ୧୨୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ଯୁଦ୍ଧକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଚେତାବନୀ ଦେଇ କହିଛନ୍ତି, ହମାସକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦେବୁ। ଖାଦ୍ୟ ଓ ଇନ୍ଧନ ଯୋଗାଣ ଇସ୍ରାଏଲ ବନ୍ଦ କରିବାରୁ ଗାଜାରେ ଜଟିଳ ସ୍ଥିତି ସୃଷ୍ଟି ହୋଇଛି।

Leave A Reply

Your email address will not be published.