Odisha Link
Bridging the Missing Links in Odisha

ବିଶ୍ୱକପ୍‌ ୨୦୨୩: ଆସନ୍ତାକାଲି ଭାରତ-ପାକିସ୍ତାନ ମହାମୁକାବିଲା

ଓଏଲ୍‌ ବ୍ୟୁରୋ: ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭ ୨୦୨୩ ଆରମ୍ଭ ହୋଇଛି। ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଉତ୍ସାହ ବଢୁଥିବା ବେଳେ ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ। ଆସନ୍ତାକାଲି ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଛି। ଭାରତ ପାକିସ୍ତାନକୁ ଭେଟିବାକୁ ଯାଉଛି। ଏହି ମହାମୁକାବିଲା ଦେଖିବାକୁ କ୍ରିକେଟ ପ୍ରେମୀମାନେ ଚାହିଁ ରହିଛନ୍ତି।

ସୂଚନା ଅନୁସାରେ, ଅକ୍ଟୋବର ୫ରୁ ଆରମ୍ଭ ହୋଇଛି ବିଶ୍ଵକପ୍ ୨୦୨୩। ଚଳିତ ବର୍ଷ ଆଇସିସି ଦିନିକିଆ ବିଶ୍ୱକପ ଭାରତରେ ଆୟୋଜିତ ହୋଇଛି। ଅକ୍ଟୋବର ୫ରୁ ବିଶ୍ଵକପ ଆରମ୍ଭ ହୋଇଥିବାବେଳେ ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୮ରେ ମହାମୁକାବିଲା ହୋଇଥିଲା। ଯେଉଁଥିରେ ଅତି ଚମତ୍କାର ଭାବେ ଭାରତ ବାଜିମାତ କରିଥିଲା। ତେବେ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଯାହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.