Odisha Link
Bridging the Missing Links in Odisha

ଶ୍ରୀମନ୍ଦିରକୁ ଯିବା ପାଇଁ ପୋଷାକ ନିୟମ ପ୍ରସଙ୍ଗ: ମୁଖ୍ୟ ପ୍ରଶାସକ ଦେଲେ ବଡ଼ ସୂଚନା

ଓଏଲ୍‌ ବ୍ୟୁରୋ: ପୁରୀ ସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଓଡ଼ିଆଙ୍କର ନୁହେଁ ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସର ଆଧ୍ୟାତ୍ମିକ ସ୍ଥଳୀ ଭାବରେ ପରିଚିତ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଜରୁରୀ। ଏ କ୍ଷେତ୍ରରେ ପର୍ଯ୍ୟଟକ ଓ ଭକ୍ତଙ୍କୁ ସଚେତନ କରାଇବା ଲାଗି ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇଉଠିଛି ଏବଂ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନକୁ ଚିଠି ଲେଖିଛି। ଭକ୍ତମାନଙ୍କୁ ହୋଟେଲ, ଲଜିଂ ଓ ପଣ୍ଡାମାନେ ଏ ସଂପର୍କରେ ସଚେତନ କରାଇବେ।

ଶ୍ରୀମନ୍ଦିରକୁ ଯିବା ପାଇଁ ପୋଷାକ ନିୟମ ପ୍ରସଙ୍ଗରେ ବୈଠକ ଶେଷ ହୋଇଛି। ଯାତ୍ରୀ ପର୍ଯ୍ୟଟକଙ୍କୁ ଜେଟିପି ସଚେତନ କରିବ। କାହାକୁ ଜବରଦସ୍ତ କରାଯିବ ନାହିଁ। ସବୁ ସେବାୟତ ନିଯୋଗ, ହୋଟେଲର ସହଯୋଗ ନିଆଯାଇଛି। ଚେଞ୍ଜିଂ ରୁମ୍‌ର ଆବଶ୍ୟକତା ନଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବାକୁ ହେଲେ କେଉଁଭଳି ପୋଷାକ ପିନ୍ଧିବେ ଏହାର ପରାମର୍ଶବଳୀ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ପରାମର୍ଶବଳୀରେ ଦର୍ଶାଯାଇଛି ଯେ, ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପାରମ୍ପାରିକ ପୋଷାକ ପିନ୍ଧିବ।

ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ଯିବେ। ନୂଆବର୍ଷରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ।

ମିଳିଥିବା ସୂଚନା ମୁତାବକ, ପ୍ରଶାସନ ପକ୍ଷଧରୁ କୁହାଯାଇଛି ଯେ ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ଶାଳୀନତାପୂର୍ଣ୍ଣ ଡ୍ରେସ୍‌ ପିନ୍ଧିବେ। ଫୁଲ୍‌ ଡ୍ରେସ୍‌ ପିନ୍ଧିବେ। କୌଣସି ଚିରାଫଟା ଓ ହାପ୍‌ ପ୍ୟାଣ୍ଟ ପିନ୍ଧି ଯାଇପାରିବେ ନାହିଁ। ୧୨ ବର୍ଷରୁ କମ୍‌ ପିଲା ହାପ୍‌ ପ୍ୟାଣ୍ଟ ପିନ୍ଧି ପାରିବେ। ଯଦି କୌଣସି ଶ୍ରଦ୍ଧାଳୁ ନିୟମ ମାନିବେ ନାହିଁ ତେବେ ତାଙ୍କୁ ଶ୍ରୀମନ୍ଦିର ମନା ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.