Odisha Link
Bridging the Missing Links in Odisha

କଟକର ରାସ୍ତାଘାଟ ସମସ୍ୟା: ହାଇକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: କଟକରେ ରାସ୍ତାଘାଟ ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ତେବେ ଏହି ସମସ୍ୟାକୁ ଦୂର କରିବା ନେଇ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭ ତାରିଖ ସୁଦ୍ଧା କାମ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ/ମରାମତି ୨୭ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏହି ମାମଲାରେ ବିଭିନ୍ନ ବିଭାଗ ଅଧିକାରୀ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିଲେ। ସିଏମ୍‌ସି, ପିଡବ୍ଲୁଡି, ଆର ଆଣ୍ଡ ବି, ଗେଲ୍‌ ପ୍ରମୁଖ ପକ୍ଷ ରଖିଛନ୍ତି। ବକ୍ସ ଡ୍ରେନ୍‌ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବାକୁ ଆମିକସ କ୍ୟୁରୀ ସୂଚନା ଦେଇଛନ୍ତି। ଆସନ୍ତା ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.