Odisha Link
Bridging the Missing Links in Odisha

ଆଜି ପୁରୀରେ ଛତିଶା ନିଯୋଗ ବୈଠକ; ବିଭିନ୍ନ ପ୍ରସଙ୍ଗ ନେଇ ହେବ ଆଲୋଚନା

ଓଏଲ୍‌ ବ୍ୟୁରୋ: ଆଜି ପୁରୀରେ ଛତିଶା ନିଯୋଗ ବୈଠକ ବସିବ। ଆଗାମୀ କାର୍ତ୍ତିକ ମାସରେ ବାଳଭୋଗ ନୀତି ଓ ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବୈଠକରେ ଆଲୋଚନା କରାଯିବ। ଆଜି ସଂଧ୍ୟା ୫ଟାରେ ଛତିଶା ନିଯୋଗ ବୈଠକ ବସିବ।

ଅନ୍ୟପଟେ, ଶ୍ରୀମନ୍ଦିର ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶାଳୀନତା ପୂର୍ଣ୍ଣ ପୋଷାକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆଜି ହେବାକୁ ଥିବା ବୈଠକରେ ସଭାପତିଙ୍କ ଅନୁମତି ମିଳିଲେ ଶାଳୀନତା ପୂର୍ଣ୍ଣ ପୋଷାକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ପ୍ରତିହାରୀ ନିଯୋଗ ସଂପାଦକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.