Odisha Link
Bridging the Missing Links in Odisha

ଏଣିକି ରାଜଧାନୀରେ ଭିକ ମାଗିଲେ ଉଠାଇନେବ ବିଏମସି

ଓଏଲ୍‌ ବ୍ୟୁରୋ: ବିଏମସି ନେଲା ବଡ଼ ପଦକ୍ଷେପ।ଏଣିକି ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ବର। ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରାସ୍ତା କଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗିପାରିବେନି ଭିକାରୀ।ରାସ୍ତାରେ ଭିକ ମାଗୁଥିବା ଦେଖିଲେ ଉଠାଇନେବ ବିଏମସି ସ୍କ୍ବାର୍ଡ।

ଆଗକୁ ପୂଜା ଥିବାରୁ ଦର୍ଶନାର୍ଥୀ ଯେପରି ଅସୁବିଧାର ସାମ୍ନା ନକରିବେ ଏହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିଏମସି। ଭିକାରୀମାନଙ୍କୁ ଥଇଥାନ କେନ୍ଦ୍ରରେ ରଖିବା ସହ ରାସ୍ତା କିମ୍ବା ମନ୍ଦିର ଆଖପାଖରେ ଦେଖିଲେ ବିଏମସି ଉଠାଇନେବାକୁ ନିଷ୍ପତ୍ତ ହୋଇଛି। ଏମସି ଅଧୀନରେ ଥିବା ୫ଟି ଭିକାରୀ ଥଇଥାନ କେନ୍ଦ୍ରରେ ଏମାନଙ୍କୁ ରଖାଯିବ। ରାଜଧାନୀର ୩ ଜୋନରେ ତିନୋଟି ସ୍ୱତନ୍ତ୍ର ସ୍କ୍ବାର୍ଡ ବୁଲିବା ସହ ଭିକାରୀଙ୍କ ଉପରେ ନଜର ରଖିବ।

ବିଏମସି ପକ୍ଷରୁ କୁହାଯାଇଛି ଯେ କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ ସେମାନଙ୍କୁ ଘରେ ଛାଡି ଦିଆଯାଇଛି। ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁଣି ଭିକ୍ଷାବୃତ୍ତି ପାଇଁ ପଠାନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.