Odisha Link
Bridging the Missing Links in Odisha

ସମଲିଙ୍ଗୀ ବିବାହ ମାମଲା: ଆଜି ଆସିବ ସୁପ୍ରିମ ରାୟ

ଓଏଲ୍‌ ବ୍ୟୁରୋ: ସମଲିଙ୍ଗୀ ସମ୍ପର୍କକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯିବ। ସମଲିଙ୍ଗୀ ବିବାହ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଉପରେ ଶୁଣାଣି ହେବ। ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାରେ ଆଜି ହୋଇପାରେ ଅବସାନ। ଆଜି ସମଲିଙ୍ଗୀ ବିବାହର ଆଇନଗତ ବୈଧତା ସମ୍ପର୍କରେ ରାୟ ଦେଇପାରନ୍ତି ସୁପ୍ରିମକୋର୍ଟ। ସମଲିଙ୍ଗୀ ବିବାହ ସପକ୍ଷ, ବିପକ୍ଷ ଓ ସାମାଜିକ ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟରେ ପଡିଥିବା ଅନେକ ପିଟିସନର ଶୁଣାଣି କରି ଗତ ମେ ମାସରେ ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ।

ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ପ୍ରକାଶ କରିବେ। ଗତ ଏପ୍ରିଲ ୧୧ ତାରିଖରେ ସାମ୍ବିଧାନିକ ବେଂଚ ଏହା ଉପରେ ହୋଇଥିବା ଆବେଦନର ଶୁଣାଣି ଆରମ୍ଭ କରିଥିଲେ ଏବଂ ଗତ ମେ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ଏନେଇ ଆଗତ ପ୍ରାୟ ୨୧ ଟି ପିଟିସନର ଏକାଠି ଶୁଣାଣି କରିଥିଲେ। ଆବେଦନକାରୀ ଏହାକୁ ସ୍ୱତନ୍ତ୍ର ବିବାହ ଆଇନରେ ପଞ୍ଜୀକରଣ କରିବାକୁ ଦାବି କରିଛନ୍ତି।

୨୦୧୮ରେ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ଆଇପିସିର ଧାରା ୩୭୭କୁ ରଦ୍ଦ କରିଦେଇଥିଲେ। ଯାହା ଫଳରେ ସହମତିରେ ଦୁଇ ପ୍ରାପ୍ତ ବୟସ୍କ ସମଲିଙ୍ଗୀ ନିଜ ଭିତରେ ସମ୍ପର୍କ ରଖିଲେ ତାକୁ ଅପରାଧ କୁହାଯିବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ଲାଗି ୧୮ ଜଣ ସମଲିଙ୍ଗୀ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Leave A Reply

Your email address will not be published.