Odisha Link
Bridging the Missing Links in Odisha

ପାର୍ବଣରେ ବର୍ଷା ଛିଟା! ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବାର ଆଶଙ୍କା

ଓଏଲ୍‌ ବ୍ୟୁରୋ: ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏଥର ପାର୍ବଣ ଋତୁରେ ପୁଣି ବର୍ଷା ହେବାର ଆଶଙ୍କା କରାଯାଉଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା ୧୮ ବେଳକୁ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୯ରେ ଉତ୍ତର ଓଡ଼ିଶା ସମେତ ଉପକୂଳର କିଛି ଅଞ୍ଚଳରେ ବର୍ଷା ହେବ।

Leave A Reply

Your email address will not be published.