Odisha Link
Bridging the Missing Links in Odisha

ମାତିଛନ୍ତି ଲୁଟେରା, ମନ୍ଦିର ହୁଣ୍ଡିକୁ ଖୋଳ କରି ମାରିଲେ ଚମ୍ପଟ

ଓଏଲ୍‌ ବ୍ୟୁରୋ: ରାଜଧାନୀର ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। କେତେବେଳେ କେଉଁ ସରକାରୀ ବାବୁ ତ କେତେବେଳେ ସାଧାରଣ ଜନତା ଏହି ଲୁଟେରା ଗ୍ୟାଙ୍ଗର ଶିକାର ହେଉଛନ୍ତି। ଏଥର କିନ୍ତୁ ଅତି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ମନ୍ଦିର ହୁଣ୍ଡିରୁ ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି। ଖୋର୍ଦ୍ଧା ବାଲୁଗାଁ ଉମାମହେଶ୍ବର ମନ୍ଦିରରୁ ଲୁଟ୍‌ ହୋଇଛି। ମନ୍ଦିର ହୁଣ୍ଡିରୁ ବିଳମ୍ବିତ ରାତିରେ ଲୁଟ୍‌ର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରାଯାଇଛି।।