Odisha Link
Bridging the Missing Links in Odisha

କେନ୍ଦୁଝରରେ ଅଜଣା ରୋଗରେ ମୃତ୍ୟୁ ଘଟଣା: ସ୍ଥାନୀୟ ଅଞ୍ଚଳରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ୍‌

ଓଏଲ୍‌ ବ୍ୟୁରୋ: କେନ୍ଦୁଝର ଜୁଆଙ୍ଗ ବସ୍ତିରେ ଅଜଣା ରୋଗରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ସ୍ୱାସ୍ଥ୍ୟ ଟିମ୍‌ ବାଂଶପାଳ ଗୋନାସିକାର ଜନ୍ତାରୀ ଜୁଆଙ୍ଗ ବସ୍ତି ଗଲା। ଏଡିପିଏଚଓ ଡିସିଙ୍କ ନେତୃତ୍ବରେ ୫ ଜଣିଆ ଟିମ୍‌ ପ୍ରଭାବିତ ଗାଁକୁ ଯାଇଥିବା ସୂଚନା ରହିଛି।

ରୋଗର କାରଣ ଖୋଜିବା ସହ ରକ୍ତ ନମୁନା ସଂଗ୍ରହ କରିବ ଟିମ୍‌। ରୋଗର କାରଣ ଓ କଣ ଚିକିତ୍ସା କରାଯିବ ଟିମ୍‌ ସୁପାରିସ କରିବ। ତେବେ ଜୁଆଙ୍ଗ ବସ୍ତିରେ ଅଜଣା ରୋଗରେ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି।

Leave A Reply

Your email address will not be published.