Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଉଛି ପ୍ରଦୂଷଣ, ଦିଲ୍ଲୀ ପରେ ଏବେ ଭୁବନେଶ୍ୱରରେ ପ୍ରଦୂଷଣର ଭୟ

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଉଛି ପ୍ରଦୂଷଣ। ଭାରତର ରାଜଧାନୀ ପରେ ଏବେ ଓଡ଼ିଶାର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ପାର୍ବଣ ପରେ ଟିକିଏ ପ୍ରଦୂଷଣ ବଢିଥିବା କୁହାଯାଉଛି। ବର୍ତ୍ତମାନ ରାଜଧାନୀରେ ପ୍ରଦୂଷଣ ମାତ୍ରା ମଡୋରେଟ୍ ଅର୍ଥାତ୍ ଅତ୍ୟଧିକ ଖରାପ କି ଭଲ ନୁହେଁ ସ୍ଥିତିରେ ରହିଛି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ନିରଞ୍ଜନ ମଲ୍ଲିକ କହିଛନ୍ତି ଯେ, ପାର୍ବଣ ବେଳେ ରାବଣ ପୋଡି ହୋଇଥିଲା। ଏହି ସମୟରେ ଟିକିଏ ପ୍ରଦୂଷଣ ବଢିଛି। ହେଲେ ଏହା ମଡୋରେଟରେ ରହିଛି। ଅର୍ଥାତ ୧୦୧ରୁ ୨୦୦ ମଝିରେ ରହିଛି। ତେଣୁ ଟିକିଏ ନିଶ୍ୱାସ ପ୍ରଶ୍ୱାସରେ ନେବାରେ ଅସୁବିଧା ହୋଇଛି। ହେଲେ ସେଭଳି କୌଣସି ବିପଦ ନାହିଁ ବୋଲି କହିଛନ୍ତି।

ରାଜଧାନୀରେ ଏବେ ୬ଟି ସ୍ଥାନରେ ବାୟୁ ପ୍ରଦୂଷଣକୁ ମପାଯାଉଛି। ଆଗକୁ ଦୀପାବଳି ରହିଛି। ତେଣୁ ଲୋକମାନେ ସଚେତନ ହେବା ଆବଶ୍ୟକ ରହିଛି। ପ୍ରଦୂଷଣ ମୁକ୍ତ ଫୋଟକା ଫୁଟାଇବାକୁ ନିରଞ୍ଜନ ମଲ୍ଲିକ ଗୁରୁତ୍ୱ ଦେଇଛନ୍ତି। ଲୋକେ ସଚେତନ ରହିଲେ ପ୍ରଦୂଷଣ ବଢିବ ନାହିଁ ବୋଲି କୁହାଯାଉଛି।