Odisha Link
Bridging the Missing Links in Odisha

ଘରୋଇ ବସ୍ ମାଲିକ ସଂଘ ଦାବି ପୂରଣ ପ୍ରସଙ୍ଗ: କୋର କମିଟି ସହ ରାଜ୍ୟ ସରକାର କରିବେ ଆଲୋଚନା

ଓଏଲ୍‌ ବ୍ୟୁରୋ: ଆଜି ଘରୋଇ ବସ ସଂଘର କୋର କମିଟି ସହ ରାଜ୍ୟ ସରକାର ଆଲୋଚନା କରିବେ। ଏହାର ନିର୍ଯାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇ ଘରୋଇ ବସ୍ ମାଲିକ ସଂଘ ଦାବି ପୂରଣ ଦିଗରେ ବାଟ ବାହାର କରାଯିବ। ପୂର୍ବରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଯୋଗୁଁ ଲୋକେ ହଟହଟା ହୋଇଛନ୍ତି। ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ହୋଇଥିଲା। ପରେ ଏହି ଧର୍ମଘଟ ୩୧ ତାରିଖ ଯାଏଁ ସ୍ଥଗିତ ଘୋଷଣା କକାରାଯାଇଥିଲା।

ସୂଚନା ଅନୁସାରେ, ବସ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ମହାନ୍ତି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ବ୍ଲକରୁ ଜିଲ୍ଲାକୁ କୌଣସି ଲକ୍ଷ୍ମୀ ଯୋଜନା ବସ ଚାଲିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେବଳ ପଞ୍ଚାୟତରୁ ବ୍ଲକକୁ ଗଡିବ, ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ସହ ଭଡା ମଧ୍ୟ କମାଇଦେଇଛନ୍ତି।

ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ପରେ ଘରୋଇ ବସ୍ ମାଲିକମାନେ ଅସୁବିଧାରେ ପଡିବେ। ତେଣୁ ଏହାକୁ ବିରୋଧରେ ବସ୍ ଧର୍ମଘଟ କରାଯିବ। ଏହାପୂର୍ବରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରୁ ରାଜ୍ୟବାପୀ ବସ୍‌ ଧର୍ମଘଟ କରିବାକୁ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ। ପରେ ସରକାରଙ୍କ ସହିତ ଆଲୋଚନା କରି ବସ୍‌ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା।

Leave A Reply

Your email address will not be published.