Odisha Link
Bridging the Missing Links in Odisha

ସୁଧୁରୁଛି ସମ୍ପର୍କ : ଆଜିଠୁ କାନାଡାରେ ଭିସା ସେବା ଆଂଶିକ ଆରମ୍ଭ କଲା ଭାରତ

ଓଏଲ୍‌ ବ୍ୟୁରୋ: ଧିରେ ଧିରେ କାନାଡା-ଭାରତ ମଧ୍ୟରେ ଲାଗିରହିଥିବା କୂଟନୈତିକ ବିବାଦରେ ଲାଗୁଛି ବିରାମ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିବାରେ ଲାଗିଛି। ଏସବୁ ମଧ୍ୟରେ ଅକ୍ଟୋବର ୨୬ରୁ ଅର୍ଥାତ୍‌ ଆଜିଠୁ କାନାଡାରେ ଭିସା ସେବା ଆଂଶିକ ଭାବେ ଆରମ୍ଭ କରିବ ବୋଲି ସେଠାରେ ଥିବା ଭାରତୀୟ ହାଇକମିଶନ ବୁଧବାର ଓଟାୱାରେ ଘୋଷଣା କରିଥିଲେ। ଆଜିଠୁ ସେବା ପୁଣିଥରେ କାର୍ଯ୍ୟକାରୀ ହୋଇଛି।

କୂଟନୈତିକ ବିବାଦ କାରଣରୁ ଗତ ମାସରେ ଭିସା ସେବା କୁ ବନ୍ଦ କରି ଦିଆଯାଇଥିଲା। କାନାଡାରେ ଥିବା ଭାରତୀୟ ହାଇକମିଶନ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ଅକ୍ଟୋବର ୨୬ରୁ ଏଣ୍ଟ୍ରି ଭିସା, ବିଜନେସ ଭିସା, ମେଡିକାଲ ଭିସା ଏବଂ କନଫରେନ୍ସ ଭିସା ସେବା ଆରମ୍ଭ ହେବ। ଯାହା ଦୁଇ ଦେଶ ପାଇଁ ଏକ ଭଲ ଖବର।

ନିକଟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଥିଲେ ଯେ ଯଦି କାନାଡାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷାରେ ଅଗ୍ରଗତି ଆସେ, ଭାରତ ଖୁବ୍ ଶୀଘ୍ର କାନାଡାବାସୀଙ୍କ ପାଇଁ ଭିସା ସେବା ପୁନଃ ଆରମ୍ଭ କରିବାକୁ ବିଚାର କରିପାରେ।

ସୂଚନାଥାଉକି, ଜୁନ୍ ମାସରେ ବ୍ରିଟିଶ କଲମ୍ବିଆରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରିବା ଘଟଣାରେ ଭାରତୀୟ ଏଜେଣ୍ଟଙ୍କ ମଧ୍ୟରେ ସମ୍ଭାବ୍ୟ ଲିଙ୍କ୍ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା । ସେପ୍ଟେମ୍ବର ୧୮ରେ ଜଷ୍ଟିନ ଟ୍ରୁଡୋ କାନାଡା ସଂସଦରେ ଏହି ବୟାନ ଦେଇଥିଲେ ।

Leave A Reply

Your email address will not be published.